କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବେତିଆପଡ଼ା ସ୍କୁଲ ପଡିଆ ଠାରେ ଘାସିରାମ ମାଝୀଙ୍କ ସଭାପତିତ୍ୱରେ ଆଜି ଲାଞ୍ଜିଗଡ ବ୍ଲକ ମିଶନ କନ୍ଦ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମାଜର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ l ସାରା ରାଜ୍ୟରେ ତୃଣମୂଳ ସ୍ତରରେ ସଂଘଠନକୁ ସୁଦୃଢ କରିବା ଆଦିବାସୀଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ଲଢେ଼ଇ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ।