ଜିଲ୍ଲା ସ୍ଥରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଅପରାହ୍ନ 2 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ମୋଟ 16 ଗୋଟି ପିଏମ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଶାସକ ଦଳ ଓ ବିରୋଧୀ ଦଳର ମନ୍ତ୍ରୀଙ୍କ କାର୍ଯ୍ୟ କଣ ଏବଂ ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ କରାଯାଇଥିଲା | ଏହି ଅବସରରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ |