ବରଗଡ: ଲୋକାଲ ଟ୍ରକ ଏସୋସିଏସନ କାର୍ଯ୍ୟାଳୟ ଠାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା
ବରଗଡ଼ ଲୋକାଲ ଟ୍ରକ ଏସୋସିଏସନର ନିର୍ବାଚନ ଆରମ୍ଭ | ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଲୋକାଲ ଟ୍ରକ ଏସୋସିଏସନ କାର୍ଯ୍ୟାଳୟ ଠାରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଛି | ଏସୋସିଏସନର ସଦସ୍ୟ ମାନେ ନୂତନ ଭାବେ ସଭାପତି ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଚୟନ କରିବା ପାଇଁ ଭୋଟ ଦାନ କରିଛନ୍ତି | ଏସୋସିଏସନର ଅନେକ ସମସ୍ୟା ରହିବା ସହ ଆଗାମୀ ଦିନରେ ସଂଘର ସମସ୍ତ ସମସ୍ୟା କିପରି ଦୂର କରାଯିବ ସେନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି | ଭୋଟ ପ୍ରକ୍ରିୟାରେ ସମସ୍ତ ସଦସ୍ୟ ସାମିଲ ହୋଇ ନିଜ ଭୋଟ ପ୍ରଦାନ କରିଥିଲେ ।