କାଳିଆପାଣି ଥାନା କାଳିଆପାଣି ଗାଁର ବେଣୁଧର ମହାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର କରାଯାଇଛି । ବେଣୁଧର ଏକାକୀ ତାଙ୍କ ଶୋଇବା ଘରେ ଶୋଇଥିଲେ। ବୁଧବାର ସକାଳୁ ବେଣୁଧର ମହାନ୍ତଙ୍କୁ ତାଙ୍କ ପୁଅ ଧନୁର୍ଜୟ ବାପାଙ୍କୁ ଡାକିଥିଲେ ହେଁ ସେ ଉତ୍ତର ଦେଇନଥିଲେ କିମ୍ବା କବାଟ ଖୋଲି ନଥିଲେ । ସନ୍ଦେହରେ କବାଟ ଭାଙ୍ଗିବାରେ ତାଙ୍କ ଉଲଗ୍ନ ଝୁଲନ୍ତା ମୃତଦେହ ଦେଖାଯାଇଥିଲା । ସେ ପିନ୍ଧା ଲୁଙ୍ଗିରେ ଫ୍ୟାନ ଉପର ଲୁହା ବିମ୍ରେ ଫାଶୀ ଲଗାଇ ଦେଇଥିଲେ ।