ଲାଞ୍ଜିଗଡ଼ ବ୍ଲକରେ ୨୦୨୧ ମସିହାରେ ଛତୁଆ ବିଲ କରାଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ ସିଡ଼ିପିଓ ମୀନା କୁମାରୀ ପାତ୍ର।ଅଭିଯୋଗ କାରୀ ଙ୍କ ଅଭିଯୋଗ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି।ଭବାନୀପାଟଣା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ସିଡିପିଓ ଙ୍କୁ ୪ ବର୍ଷ କାରାଦଣ୍ଡ ସହ ୧ ଲକ୍ଷ୍ୟ ଟଙ୍କା ଜୋରିମାନା ନିର୍ଦେଶ ଦେଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ସନ୍ଧ୍ୟା ଛଅଟା ସମୟରେ ସୂଚନା ଦେଇଛନ୍ତି।