ସରକାରଙ୍କ ଦ୍ୱାରା ପାଳିତ ହେଉଥିବା ସୁଶାସନ ସପ୍ତାହ ଅବସରରେ ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମ ପଂଚାୟତର ଗଇଲୋ ଗ୍ରାମରେ ଆଜି ‘ପ୍ରଶାସନ ଗାଁ ଅଭିମୁଖେ ଅଭିଯାନ-୨୦୨୫ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ଯା 5 ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲିଥିଲା। ତିଲେଇବଣି ବ୍ଲକର ବରିଷ୍ଠ ରାଜସ୍ୱ ସହାୟିକା ଅଂଜନା ନାଏକଙ୍କ ତତ୍ତ୍ୱାବଧାନ ଓ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିଲେଇବଣି ବ୍ଲକ ପ୍ରଶାସନର ସମସ୍ତ ବିଭାଗର ଅଧିକାରୀ ସାମିଲ ହୋଇ ଥିଲେ।