ବରଗଡ: ପିପିଲିପାଲି ଟିକ୍ରା ପଡ଼ାର ମହିଳା ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କଲେ ଦାବିପତ୍ର
ପିପିଲିପାଲି ଟିକ୍ରା ପଡାର ମହିଳା ମାନେ ନିଶା ଦ୍ରବ୍ୟ ବନ୍ଦ ଦାବିରେ ସୋମବାର ଅପରାହ୍ନ 2 ଘଣ୍ଟା ସମୟରେ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନା ଅନୁସାରେ ଗ୍ରାମରେ ନିଶା ଦ୍ରବ୍ୟ ବିକ୍ରି କିଶୋର ଯୁବକ ମାନେ ନିଶାଶକ୍ତ ଅବସ୍ଥାରେ ରହୁଛନ୍ତି ଏବଂ ଜୁଆ ଖେଳରେ ମାତିଛନ୍ତି | ଗ୍ରାମରେ ଅନେକ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି କରାଯାଉଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ତେବେ ଏନେଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ନିଶା ଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।