ଦେବଗଡ: ବାରକୋଟ ସଦର ମହକୁମାରେ ବିଭିନ୍ନ କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁ ତୁରନ୍ତ ଜାଗା ଚିହ୍ନଟ କରିବାକୁ ତହସିଲ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ
ବାରକୋଟ ବ୍ଲକ ସଦର ମହକୁମାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । କିନ୍ତୁ ରାଜସ୍ୱ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟରେ ବିଳମ୍ବ ହେଉଥିବାରୁ ଉକ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର କୋଠା ନିର୍ମାଣରେ ବିଳମ୍ବ ହେଉଛି । ଏହାକୁ ଦୃଷ୍ଟି ଦେଇ ବାରକୋଟର କିଛି ସଚେତନ ଯୁବକ ଆଜି ଦିନ ୧୨ ଟାରେ ବାରକୋଟ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।