ଦେବଗଡ ସହର ହାତୀଶାଳ ଛକ ନିକଟରେ ସ୍ଥାନୀୟ ଭାରପ୍ରାପ୍ତ ପୌରାଧ୍ୟକ୍ଷଙ୍କ କାର୍କୁ ଧକ୍କା ଦେଲା ବାଇକ, ଦୁର୍ଘଟଣାରେ ଭାରପ୍ରାପ୍ତ ପୌରାଧ୍ୟକ୍ଷଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦେବଗଡ ପୌର ପରିଷଦ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ ନିଜ କାର୍ ଯୋଗେ କଲେଜ ରାସ୍ତାରେ ହାତୀଶାଳ ଛକ ପଟକୁ ଆସୁଥିବା ବେଳେ ଉକ୍ତ ଘଟଣାସ୍ଥଳରେ ରାସ୍ତା ପାଶ୍ୱର୍ରେ କାର୍ ଅଟକାଇ ସେ ବାହାରୁଥିଲେ । ଉକ୍ତ ସମୟରେ ଏକ ବାଇକ ଯୋଗେ ହାତୀଶାଳ ସାହିର ରାଜିବ ଓରାମ ଏବଂ ପ୍ରବିଣ ଖଡିଆ ଦୃତ ଗତୀରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଶ୍ରୀ ଭୋଜଙ୍କ କାର୍ କବାଟରେ ଧକ୍କା ଦେଇ ରାସ୍ତାରେ ଛିଟିକି ପଡିଥିଲେ।