ରାଉରକେଲା ଗଣେଷ ଛକରେ ଅପରାଧୀକ ଯୋଜନାକୁ ପଣ୍ଡ କରିଛି ପୋଲିସ। ଶନିବାର ରାତିରେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୫ ଜଣ ବ୍ଯକ୍ତି କିଛି ମାରଣାସ୍ତ୍ର ସହ କୌଣସି ଏକ ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୋଲିସ ସନ୍ଦେହରେ ସେମାନଙ୍କୁ କାବୁ କରିବା ପରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲା। ରବିବାର ପୂର୍ବାହ୍ନରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।