ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ଧାନମଣ୍ଡିରେ ଚାଷୀ ମାନେ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଜଣାପଡିଛି। ଚାଷୀ ଙ୍କ ଧାନ କ୍ରୟ ନ ହୋଇ ମଣ୍ଡିରେ ପଡ଼ି ରହିଥିବା ଓ ଅତ୍ୟଧିକ କଟନୀ ଛଟନି କୁ ବିରୋଧ କରି ଚାଷୀ ମାନେ ଏହି ଆନ୍ଦୋଳନ କରିଥିବା ସୂଚନା ରହିଛି। ସୂଚନା ଅନୁସାରେ ଭୋଜପୁର ମଣ୍ଡିରେ ଚାଷୀଙ୍କ ଧାନ ଗଦା ହୋଇ ରହିଥିବା ବେଳେ ଧାନ ଉଠାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରୟାସ କରାଯାଉ ନାହିଁ। ଅନ୍ୟ ପଟେ ଟୋକନ ଲେପ୍ସ ହେବା ଆଶଙ୍କା ବର୍ତ୍ତମାନ ଚାଷୀଙ୍କୁ ଚିନ୍ତାରେ ପକାଇଛି।