ଦେବଗଡ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଏସ୍ଆଇଆର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ସଂସ୍କାର ଆଣିବା ପାଇଁ ଏସ୍ଆଇଆର୍ କଣ ସେନେଇ ସଚେତନ କରାଯାଇଥିଲା । ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ସାହା ଆଭାସୀ ଯୋଗେ ସଚେତନ କରାଇଥିଲେ । ଦେବଗଡ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଜେପି ଦଳର ବହୁ ନେତା ଓ କର୍ମୀ ଏବଂ ଜନସାଧାରଣ ତଥା ଭୋଟର ସାମିଲ ହୋଇଥିଲେ ।