ଜି ଉଦୟଗିରି: ସାରଙ୍ଗ ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମକାରିକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ
କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ତିରିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନା ଦେୟ ଅଧୂକ ୫ ମାସ ସଶ୍ରମ କାରାଦଣ୍ଡଦେଶ ଦେଇଛନ୍ତି । ଏଥ୍ ସହ ପୀଡିତା ନାବାଳିକା କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୋକ୍ସ କୋର୍ଟ ବିଚାରପତି ନିର୍ଦେଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ୧ ୩ /୮ /୨ ୦୧ ୮ ରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବାନେଇ ନାବାଳିକା ର ପରିବାର ଲୋକେ ସରଙ୍ଗଦ ଥାନାରେ ଏତେଲା ଦେଇଥିଲେ । ସରଙ୍ଗଡ଼ ଥାନା ପୋଲିସ ଏ ସମ୍ପର୍କରେ ୫/୨୦୧୮ ରେ ମାମଲା ରୁଜୁ ।