ବରଗଡ଼ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ଡିଷ୍ଟ୍ରିକ ଏଥଲେଟିକ ଏସୋସିଏସନ ବରଗଡ଼ ଦ୍ୱାରା ଫୁଟବଲ ମ୍ୟାଚରେ ବରଗଡ଼ ପୋଲିସର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ଡିଷ୍ଟ୍ରିକ ଏଥଲେଟିକ ଏସୋସିଏସନ ପକ୍ଷରୁ ଫୁଟବଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କରାଯାଇଛି | ଖେଳାଳି ମାନଙ୍କୁ ସଚେତନ କରିବା ସହ 2500 ଦର୍ଶକ ମାନଙ୍କୁ ସଚେତନ କରାଯାଇଛି | ମୋବାଇଲରେ ଆସୁଥିବା ବିଭିନ୍ନ ସ୍କେମରୁ ଦୂରରେ ରହିବା ସହ ଅଜଣା ଡୋକୋମେଣ୍ଟ ଓ OTP ବ୍ୟବହାର କରିବା ପାଇଁ ମନା କରାଯାଇଛି ।