ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ତରଫରୁ ୨୦୨୫-୨୬ ପାଇଁ ଇଣ୍ଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୨ ଟା ରୁ ୩ ଟା ଯାଏଁ ଏକ ସଭାର ଆୟୋଜନ କରାଯାଇଥିଲା l ଆଜିର ଅତ୍ୟାଧୁନିକ ଯୁଗରେ ରେଡକ୍ରସର ଆବଶ୍ୟକତା, ରେଡ଼କ୍ରସର ଉତ୍ପତ୍ତି ଓ ଗୁରୁତ୍ୱ, ରେଡ଼କ୍ରସ କିପରି ଜୀବନର ଏକ ନିରବଚ୍ଛିନ୍ନ କାର୍ଯ୍ୟ ସେ ବିଷୟରେ ଆଲୋଚନା କରିଥିଲେ l ଏହାସହ ଦ୍ୱିତୀୟ ଓ ତୃତୀୟ ବର୍ଷର ସ୍ବେଚ୍ଛାସେବୀ ପ୍ରଥମ ବର୍ଷର ସ୍ବେଚ୍ଛାସେବୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର