ବିସ୍ଥାପିତ ଭୟରେ ଖଣି ସର୍ବେକ୍ଷଣକୁ ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମପଂଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗଇଲୋ ଗ୍ରାମବାସୀ ବିରୋଧ କରିଛନ୍ତି । ଏଥିସହ ଆଜି ଶତାଧିକ ମହିଳା ଓ ପୁରୁଷ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଖଣି ସର୍ବେକ୍ଷଣ ରଦ୍ଦ କରିବାକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କୁ ଦିନ ପ୍ରାୟ ୪ ଟାରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଗଇଲୋ ଗ୍ରାମରେ ଶତାଧିକ ଆଦିବାସୀ ପରିବାର ଶହ ଶହ ବର୍ଷ ଧରି ବସବାସ କରି ଆସୁଛନ୍ତି । ପ୍ରାୟ ୧ ହଜାର ଲୋକ ଏବେ ବସବାସ କରୁଥିବା ବେଳେ ସମସ୍ତଙ୍କୁ ବିସ୍ଥାପିତର ଭୟ ଘାରିଛି ।