ଦେବଗଡ ଥାନା ନୂଆଗାଁ ରାସ୍ତା କଡରେ ନିର୍ମାଣଧିନ ପାଣିଟାଙ୍କି ନିକଟରେ ଗତକାଲି ରାତି ପଥର କୋଇଲା ବୋଝେଇ ଏକ ହାଇୱା ବେଆଇନ ଭାବେ ପଥର କୋଇଲା ଅନଲୋଡ କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ସେଠାରେ ଚଢଉ କରି ବେଆଇନ ଭାବେ ପଥର କୋଇଲା କାରବାର ହେଉଥିବା ବେଳେ ଦେବଗଡ ଥାନା ପୋଲିସ ଏକ କୋଇଲା ବୋଝେଇ ୧୮ ଚକିଆ ହାଇୱା ଓ ୨ଟି କୋଇଲା ବୋଝେଇ ଟ୍ରାକ୍ଟର ଜବତ କରିଛି । ଦେବଗଡ ଥାନା ଏଏସଆଇ ବିନୋଦ ବିହାରୀ ନାୟକ ଓ ଏଏସଆଇ ଅଚ୍ଚ୍ୟୁତ ସାହୁ ସଦଳବଳେ ସନ୍ଧ୍ୟା କାଳୀନ ପ୍ୟାଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ ପଥର କୋଇଲା କାରବାର ହେଉଥିବା ସୂଚନା ପାଇଥିଲା ।