ଅଇଁଠାପାଲି ଥାନା ଅନ୍ତର୍ଗତ ପାତ୍ର ଇଲୋକ୍ଟ୍ରୋନିକ୍ସ ଦୋକାନ ସମ୍ମୁଖରେ ଜଣେ ଯୁବକଙ୍କୁ ମାଡ଼ ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା 5 ଟା ସମୟରେ ସୁନୀଲ ସାହୁ ନାମକ ଜଣେ ଦୋକାନୀଙ୍କୁ କିଛି ଯୁବକ ମହାନଗର ନିଗମ ର ଟେକ୍ସ ଦେବା ପାଈଁ କହିଥିଲେ l ସେପଟେ ସୁନୀଲ ଏକ ଭଡାରେ ଦୋକାନ ନେଇ ଚଳାଉଥିବାରୁ ସେ ଟଙ୍କା ଦେବେ ନାହିଁ ବୋଲି କହିଥିଲେ l ଯାହାଫଳରେ ଉକ୍ତ ଯୁବକ ମାନେ ସୁନୀଲଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦୋକାନ ର ସାମଗ୍ରୀ ଫୋପାଡ଼ି ଦେଇଥିଲେ l ଏନେଇ ଅଇଁଠାପାଲି ଥାନାରେ ସୁନୀଲ ଏକ ଲିଖିତ ଅଭିଯୋଗ କରିଛନ୍ତି l