ଦେବଗଡ଼ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଦି ପ୍ରାୟ ୨ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୩୦ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୨୩ ଟି ବ୍ୟକ୍ତିଗତ ଏବଂ ୭ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ପକ୍କାଘର ପ୍ରଦାନ, ବିଦ୍ୟୁତ ସଂଯୋଗିକରଣ , ବିଏସଏନଏଲ ମୋବାଇଲ ଟାୱାର ସ୍ଥାପନ, ସୁଭଦ୍ରା ଯୋଜନାରେ ସାମିଲ ଆଦି ଅଭିଯୋଗ ହୋଇଥିଲା ।