ବରଗଡ଼ରେ କ୍ରିକ କିଙ୍ଗଡମ ଉଦଘାଟିତ ଶନିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲର କ୍ରିକେଟ ପଡିଆରେ ରୋହିତ ଶର୍ମା କ୍ରିକେଟ ଏକାଡେମୀ ଦ୍ୱାରା ପରିଚାଳିତ କ୍ରିକ କିଙ୍ଗଡମ ଉଦଘାଟିତ ହୋଇଯାଇଛି । ମହାନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ରୋହିତ ଶର୍ମାଙ୍କ ଭାଇ ବିଶାଲ ଶର୍ମା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରଗଡ଼ ଅଞ୍ଚଳର ପ୍ରତିଭା ସମ୍ପନ୍ନ କ୍ରିକେଟ ଖେଳାଳି ମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବା ମୂଳ ଲକ୍ଷ ବୋଲି କହିଥିଲେ ।