କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ ଠାରେ "ଜାତୀୟ ସଡ଼କ ସୁରକ୍ଷା ମାସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସୂଚନା ମୁତାବକ ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ଠାରେ ଜାତୀୟ ସଡ଼କ ସୁରକ୍ଷା ମାସ ଆୟୋଜିତ ହୋଇ ଯାଇଛି। ଏହି ଅବସର ସେ ସ୍କୁଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି, ଗାଡ଼ି ଚଳାଇବା ସମୟରେ ସମସ୍ତ ନିୟମ ମାନି ଗାଡ଼ି ଚଳାଇବା ପାଇଁ ସଚେତନ କରିଥିଲେ।