ଚିତ୍ରକୋଣ୍ଡା: ବିଜେପିରେ ମିଶିଲେ ୨ ବ୍ଲକ ଅଧ୍ୟକ୍ଷ
ମାଲକାନଗିରି ଜିଲା ଚିତ୍ରକୋଣ୍ତା ନିର୍ବାଚନ ମଣ୍ତଳୀ ର ମାଥିଲି ଓ ଖଇରପୁଟ ବ୍ଲକର ୨ ଜଣ ବ୍ଲକ ଅଧ୍ୟକ୍ଷ ରବିବାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବାମନଗୁଡା ଠାରେ ବିଜେପିର ମିଶ୍ରଣ ପର୍ବରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା , ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଙ୍କ ସମେତ ଉପାଧ୍ୟକ୍ଷା , ସରପଞ୍ଚ , ସମିତିସଭ୍ୟ , ୨୫ ଜଣ ବିଜେଡି କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ ।