ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ବେଦବ୍ୟାସର ପାହାଡି ହୋଟେଲଠାରେ ସୁକ୍ଷ୍ମ,ଲଘୁ,ମାଧ୍ୟମ ଉଦ୍ୟମ
(MSME)ମନ୍ତ୍ରାଳୟ ଭାରତ ସରକାର ପକ୍ଷରୁ ରାଷ୍ଟୀୟକାର୍ଯ୍ୟଶାଳା ଆୟୋଜିତ
ସେପ୍ଟେମ୍ବର ୧୬ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ବେଦବ୍ୟାସ ସ୍ଥିତ ପାହାଡିହୋଟେଲରେ ସୁକ୍ଷ୍ମ,ଲଘୁ,ମଧ୍ୟମ ଉଦ୍ୟମ (MSME)ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ କାର୍ଯାଶାଳକୁ ରାଉରକେଲା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଦିନା ଦସ୍ତଗିର ଉଦଘାଟନ କଲେ ଓ ବକ୍ତବ୍ୟରେ କହିଲେ ରାଜ୍ୟର ଉଦ୍ୟମିମାନଙ୍କୁ ନବୀନତା ଓ ସ୍ୱଦେଶୀ ପଣ୍ୟ ପ୍ରଚାରରେ ପ୍ରୋତ୍ସାହିତ କରିବା, ୬୦ଜଣରୁ ଅଧିକ ଅଂଶଗ୍ରାହୀମାନେ ଯୋଗଦେଇ ସ୍ବଦେଶୀ ପଣ୍ୟକୁ ଦେଶୀ ଓ ବିଦେଶୀ ବଜାରରେ ପହଞ୍ଚାଇବାରେ ସଚେତନତା ବାର୍ତ୍ତା ଦେଲେ