ଗଞ୍ଜାମ ଜିଲ୍ଲା ପୋଲସରା ସହର ଲୁଣିଘାଟି ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ବ୍ଳକ କଳା ସାଂସ୍କୃତିକ ସଂଘ କଳାକାର ମାନଙ୍କ ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଳାକାର ସଂଘର ଉପସଭାପତି ସନ୍ଯାସି ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିକାଶର ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଓ ଅମୂଲ୍ୟ ରତ୍ନ ବେହେରା ପ୍ରମୁଖ ଯୋଗଦେଇଥିଲେ l