କୋଟପାଡ: କଣ୍ଟାପଦର ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ l
Kotpad, Koraput | Oct 11, 2025 କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ କଣ୍ଟାପଦର ପ୍ରାଥମିକ ବିଦ୍ୟାଳୟରେ ଆଜି ତଥା ଶନିବାର ସକାଳରେ ସ୍କୁଲରେ ତାଲା ଦେଇ ଧାରଣାରେ ବସିଛନ୍ତି ଗାଁ ଲୋକେ l ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ, ଏହି ସ୍କୁଲର କାର୍ଯ୍ୟରତ ଶିକ୍ଷୟିତ୍ରୀ ଜୟନ୍ତୀ ଧାରୁଆଙ୍କୁ ଅନ୍ୟ ସ୍କୁଲ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କୁ ଫେରାଇ ଆଣିବା ପାଇଁ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜିକୁ ୭ ମାସ ବିତିଲା ତଥାପି ଫେରାଇ ଅଣାଯାଇନାହିଁ l ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦୁଇଥର ଲିଖିତ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ପ୍ରତିବାଦରେ ଆଜି ତାଲା ଦେଲେ