କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ଅଜଣା ଗାଡି ଧକ୍କାରେ ୨ଗୁରୁତର
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ବେହେରାଭଟା ଜୋର ପାଖରେ ଅଜଣା ଗାଡି ଧକାରେ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ କଳାହାଣ୍ଡି ଜିଲ୍ଲା ଚପ୍ରିଆ ଗାଁ ର ବୋଲି ଜଣାପଡିଛି। ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଛନ୍ତି। ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି।