ହିଞ୍ଜିଳି: ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମପଞ୍ଚାୟତ ରଙ୍ଗୁନିପଲ୍ଲୀ ଗ୍ରାମରେ ଥିବା ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ସାଇବର ସଚେତତା ଶିବିର ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତର ରଙ୍ଗୁନି ପଲ୍ଲୀ ଗ୍ରାମରେ ଥିବା ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି.ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ସଭାପତିତ୍ୱ ରେ ଆଜି ମହାବିଦ୍ୟାଳୟ ପରିସରରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ସହ ବହୁ ବୁଦ୍ଧି ଯିବି ମଞ୍ଚାସିନ ରହି ବର୍ତମାନ ସମୟରେ ସାଇବର ଠକେଇକୁ କିଭଳି ଚିନ୍ହିବ ଏବଂ ଠକାମୀରୁ ନିଜକୁ କିଭଳି ଦୁରେଇ ରଖିବା ସହ ପରିବାର କୁ ଦୁରେଇ ରଖିବ ସେ ନେଇ ସଚେତନତା କରାଯାଇଛି