ପାହାଡ ପଦର hi ଠାରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଲକ୍ଷ୍ମଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର,ବିଏସଏସଓ ଅରବିନ୍ଦ ମହାପାତ୍ର, ବଜାର ନିରିକ୍ଷକ ଦିଲିପ୍ କୁମାର ନାୟକ,ସମାଜ ମଙ୍ଗଲ ଅଧିକାରୀ ପଙ୍କଜ ବଳିଆର ସିଂ, ଅଙ୍ଗନବାଡ଼ି କର୍ମୀ ଦ୍ରୋପଦି ଦେଇ,ମୁକ୍ତି ମାଝୀ ସମେତ ସମସ୍ତ ବ୍ଲକ ପଦାଧିକାରୀ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ପଞ୍ଚାୟତ ର ଜନ ସାଧାରଣ ଯୋଗଦେଇ ନିଜ ନିଜ ସମସ୍ୟା ଉପରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।