ଓରିଏଣ୍ଟ: ବେଲପାହାଡ ଷ୍ଟେସନରେ ସମ୍ପୂର୍ଣ ରୀତି ନିତିରେ ଚାଲିଛି ଜଗଦ ଜନନୀ ମା ଦୁର୍ଗା ଙ୍କ ପୂଜାର୍ଚନା
ଝାରସୁଗୁଡା ଜିଲ୍ଲା ବେଲପାହାଡ ଷ୍ଟେସନରେ ସମ୍ପୂର୍ଣ ରୀତି ନିଟି ରେ ଚାଲିଛି ଜଗଦ ଜନନୀ ମା ଦୁର୍ଗା ଙ୍କ ପୂଜାର୍ଚନା l ଆଜି ମା ଙ୍କ ମହା ସପ୍ତମୀ ପୂଜା ଏବଂ ଅଷ୍ଟମୀ ବିହିତ ଭାଇ ଯୌନ୍ତିଆ ଓଷା ପୂଜା କରାଯାଇଥିବାବେଲେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଆଜି ସୋମବାର ରାତି ୮ ଟା ୩୦ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବେଲପାହାଡ ଷ୍ଟେସନ ପୂଜା ମଣ୍ଡପ କୁ ଆସି ମା ଙ୍କ ପୂଜାର୍ଚନା କରି ଆଶୀର୍ବାଦ ନେଇଛନ୍ତି ଏବଂ ସମସ୍ତ ଜନ ସାଧାରଣ ଙ୍କ କଲ୍ୟାଣ କାମନା କରିଛନ୍ତି l