ଆନ୍ଧ୍ର ପ୍ରଦେଶର ବିଜୟ ନଗରମ ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ଥୁଆମୁଳ ରାମପୁର ପୋଡାପଦର କାରବାଡି ଗ୍ରାମର ଯୁବ ଦାଦନଙ୍କ ରେଳରେ କଟି ମୃତ୍ୟୁ ବରଣ କରିଥିବା ସୋମବାର ସକାଳେ ପରିବାର ଲୋକ ସୂଚନା ପାଇଥିଲେ। ସୂଚନା ଅନୁସାରେ କାରବାଡି ଗ୍ରାମର ଯୁବ ଦାଦନ ଅନ୍ଦାର ମାଝୀ ବିଜୟ ନଗରମର ଗୁରୁଣ୍ଡି ରେଳ ଷ୍ଟେସନ ନିକଟରେ କାମ କରୁଥିଲେ। ଗତ ବିଳମ୍ବିତ ରାତିରେ କୌଣସି ଏକ ରେଳ ଧକ୍କାରେ ଆନ୍ଦାରର ମୃତ୍ୟୁ ଘଟିଥିଲା।