ବରଗଡ: ରାମଜୀ ମନ୍ଦିରରେ ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ
ବରଗଡ଼ ନୃସିଂହ ମନ୍ଦିର ଓ ରାମଜୀ ମନ୍ଦିରର ଦେବୋତ୍ତର ଜମି ଜବର ଦଖଲ କାରୀ ମାଡି ବସିଥିବା ନେଇ ସାମ୍ବାଦିକ ସମ୍ମିଳନୀ | ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସ୍ଥାନୀୟ ରାମଜୀ ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ସହରର ପୁରାତନ ମନ୍ଦିର ନୃସିଂହ ମନ୍ଦିର ଓ ରାମଜୀ ମନ୍ଦିର ଦ୍ବୟର ଦେବୋତ୍ତର ଜମି ଏବେ ଜବର ଦାଖଲ କାରୀଙ୍କ କବଜାରେ l ହେଲେ ପ୍ରଶାସନ ଚୁପ !! ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲାପାଳ ଓ ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରୁନ ଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ସଦସ୍ୟ ।