ବିଶ୍ୱ ମଧୁମେହ ଦିବସ ପାଳନ ପାଇଁ ଟିଆରଏଲ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ବୁଧବାର ସନ୍ଧ୍ୟା ୬ ଟା ୩୦ ରୁ ୭ ଟା ଯାଏଁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୧୪ ତାରିଖରେ ଟିଆରଏଲ କ୍ରୋସାକି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯିବା ନେଇ ସୂଚନା ଦିଆଯାଇଛି l ଟିଆରଏଲ ମେଡିକାଲ ଏବଂ କିମ୍ସ ର ମିଳିତ ଆନୁକୂଲ୍ୟରେ ଏହା ପାଳନ କରାଯିବ l ୧୩ ତାରିଖ ସନ୍ଧ୍ୟାରେ ବିଶେଷଜ୍ଞ ଡାକ୍ତର ମାନଂକୁ ନେଇ ଡାଇବେଟିସ ମେନେଜମେଣ୍ଟ ବିଷୟରେ ଏକ ଆଲୋଚନାଚକ୍ର ହେବ l ୧୪ ତାରିଖ ସକାଳେ ଅଟଳ ଛକରୁ ଜୁବିଲି ହଲ ଯାଏଁ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l