ଜୟପୁର ସଦର ଥାନା ଫାମ୍ପୁଣୀ ଗ୍ରାମ ନିକଟରେ ରାସ୍ତା ଉପରେ ଧାନ ସୁଖାଉ ଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି I ଏନେଇ ଆଜି ସଂନ୍ଧ୍ୟା 7ଟା ସମୟରେ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି l ମୃତା ମହିଳା ଫାମ୍ପୁଣୀ ଗ୍ରାମର ମୁକ୍ତା ପରଜା (୩୦)I ପୁଲିସ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ ରାସ୍ତା ରେ ଧାନ ସୁଖାଉଥିବା ବେଳେ କୌଣସି ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଥିଲା I