ବୁଧବାର ଲୋକ କଳା ଓ ସଂସ୍କୃତିର ଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା ମହା ସମାରୋହର ସହିତ କଲମପୁର ମିନିଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ପ୍ରଥମେ କଲମପୁର ଦେବୀ ଲଙ୍କେଶ୍ଵରୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବା ପରେ ପୂଜକଙ୍କ ଠାରୁ ମଶାଲ ଗ୍ରହଣ କରିଥିଲେ । ଏହାପରେ ପୁଣି ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଅନ୍ୟ ଏକ ମଶାଲ ଗ୍ରହଣ କରି ଘଣ୍ଟ ଦଳ, ଘୁମୁରା ସହ ଏକ ଶୋଭାଯାତ୍ରାରେ ଉତ୍ସବ ସ୍ଥଳରେ ପହଞ୍ଚି ଥିଲେ ।