ଝାରସୁଗୁଡା: ଦୁଇ ଦିନ ଝାଡୁଛାଡ଼ ଆନ୍ଦୋଳନ ପରେ ଆଜି ପୁଣି କାମ କୁ ଫେରିଲେ ବେଲପାହାଡ ପୌରପରିଷଦର ସଫେଇ କର୍ମଚାରୀ
ଦୁଇ ଦିନ ଝାଡୁଛାଡ଼ ଆନ୍ଦୋଳନ ପରେ ଆଜି ପୁଣି କାମ କୁ ଫେରିଲେ ବେଲପାହାଡ ପୌରପରିଷଦର ସଫେଇ କର୍ମଚାରୀ l ବେଲପାହାଡ଼ ପୌରକାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ପ୍ରଧାନଙ୍କ ନେତୃତ୍ୱରେ ବେଲପାହାଡ଼ ପୋଲିସ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧ ମାସର ବେତନ ଓ ୩ ହଜାର ଟଙ୍କା ପାର୍ବଣ ଅଗ୍ରିମ ଦେବାକୁ ନିଷ୍ପତ୍ତି ହେବା ପରେ ଆଜି କାମ କୁ ଫେରିଛନ୍ତି ସଫେଇ କର୍ମଚାରୀ l କାମରେ ଫେରିବା ପରେ ସକାଳ ୮ ଟା ରୁ ୪ ଟା ଯାଏଁ ବେଲପାହାଡ ପୌରପରିଷଦର ସମସ୍ତ ୱାର୍ଡ ରେ ସଫେଇ କରିଥିଲେ l