ବୁଧବାର ଦିନ ବାଙ୍ଗଲା ଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଶୋଭ ପ୍ରଦର୍ଶନ ଓ ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ବାଙ୍ଗଲା ଦେଶର ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ମାଡ ମାରି ଗଛରେ ଟାଙ୍ଗୀ ନିର୍ମମ ଭାବରେ ହତ୍ୟା କରା ଯାଇଥିବା ଘଟଣାକୁ ଦୃଢ ନିନ୍ଦା କରାଯାଇଛି l ଉକ୍ତ ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା l