ପଟ୍ଟାଙ୍ଗୀ: ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ କିରାଣୀ ନାଗେଶ୍ୱରୀ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ କିରାଣୀ ଭାବେ ସେବା ଦେଇଆସୁଥିବା ଶ୍ରୀମତୀ ନାଗେଶ୍ୱରୀ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଯାଇଛି। ଶନିବାର ଦିନ ୨ଟା ସମୟରେ ସଂଗଠିତ ଏହି ସଭାରେ ବିଇଓ ଭବାନୀ ନନ୍ଦନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀମତୀ ମମତାଜ୍ ଗୋମାଙ୍ଗ, ଗୁରୁନାଥ ମାଝି ଓ ଅନ୍ୟାନ୍ୟ ସହକର୍ମୀବୃନ୍ଦ ଉପସ୍ଥିତ ଥିଲେ। ସଭାରେ ଶ୍ରୀମତୀ ବେହେରାଙ୍କ ଦୀର୍ଘ ସେବା ଓ ନିଷ୍ଠାପୂର୍ଣ୍ଣ କାର୍ଯ୍ୟପାଳନ ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ଓ ଭବିଷ୍ୟତ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ।