ଦେବଗଡ: ବଳମ ଛକ ନିକଟରୁ ୪୦ ଲିଟର ଦେଶୀ ରନ୍ଧାମଦ ସହିତ କାର ଜବତ, ଜଣେ ଗିରଫ
ଦେବଗଡ ଥାନା ଅନ୍ତର୍ଗତ ବଳମ ଛକ ନିକଟରୁ ୪୦ ଲିଟର ଦେଶୀ ରନ୍ଧାମଦ ସହିତ ଏକ କାର ଜବତ ହୋଇଛି । ଏହି ଘଟଣାରେ ବାରକୋଟ ଥାନା ଗୋଡଭଙ୍ଗା ଗ୍ରାମର ଶଙ୍କର ଚୋଧୁରୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏକ କାର ଯୋଗେ ବେଆଇନ ଭାବେ ଦେଶୀ ରନ୍ଧା ମଦ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ଆଜି ସନ୍ଧ୍ୟାରେ ସୂଚନା ପାଇ ଚଢଉ କରିଥିଲା । ଦେବଗଡ ଜିଲ୍ଲା ଅବକାରୀ ଅଧିକ୍ଷିକା ବାସନ୍ତୀପ୍ରଭା ନାୟକ କୌଣସି ସୂତ୍ରରୁ ସୁଚନା ପାଇ ଚଢଉ କରିବାକୁ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡକୁ ନିର୍ଦ୍ଦେଶ ଦେଇଥିଲେ ।