ମହିଳା ମହାବିଦ୍ୟାଳୟରେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ଓଡିଶା ସରକାର ତଥା ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ଼ଃ ସଂଯୁକ୍ତା ପଣ୍ଡା ମହିଳା ମାନଙ୍କ କ୍ଷେତ୍ରରେ ପୋଷଣର ଆବଶ୍ୟକତା ଏବଂ ଏହାର ଅଭାବ କୁ କିପରି ଦୂର ହେବ ସେ ବିଷୟରେ ଛାତ୍ରୀଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ