ସମ୍ବଲପୁର ମ୍ୟୁନିସିପାଲଟି: ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥାର ସାପ୍ତାହିକ ସ୍ୱତନ୍ତ୍ର ଶିବିର ଉଦଯାପିତ
ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥାର ସାପ୍ତାହିକ ସ୍ୱତନ୍ତ୍ର ଶିବିର ଉଦଯାପିତ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଦ୍ୱାରା ସାତ ଦିନିଆ ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇ ଯାଇଛି । ଏନ୍ଏସ୍ ଏସ୍ ସଂଯୋଜିକା ଡ ସଂଧ୍ୟାମୟୀ ସାହୁ ତଥା ଅନ୍ୟ ଅଧିକାରୀ ପ୍ରଫେସର ମିହିର କୁମାର ଥାଟି, ଶ୍ଵେତଲାନା ତିର୍କୀ, ସୁଷମା ସୁଇଙ୍କ ତତ୍ତ୍ଵବଧାନରେ ସହର ଏକ ବସ୍ତି ନାଗୀନ ଚୋଟୀ ଅଞ୍ଚଳରେ ଅନୁଷ୍ଠିତ ଏହି ସପ୍ତଦିନ ବ୍ୟାପୀ ସମାଜସେବା କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆଜି ଉଦ୍ଯାପନ ଉତ୍ସବ ପାଳିତ ହୋଇ ଯାଇଛି।