ନର୍ଲା ବିଧାୟିକା ମନୋରମା ମହାନ୍ତି ବିଜେଡିର ଏକ ଜିଲ୍ଲା ସ୍ତରୀୟ ପ୍ରତିନିଧିଙ୍କ ସହିତ ଗୁରୁବାର ଅପରାହ୍ନ ଚାରିଟା ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଧାନମଣ୍ଡି ପରିଦର୍ଶନର କରିଥିଲେ। ବିଜେଡି ବରିଷ୍ଠ ନେତା ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ଭବାନୀପାଟଣା ମୁନିସିପାଲର ପୂର୍ବ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ବଲାଙ୍ଗିର ଜୋନ୍ ସଭାପତି ମନୀନ୍ଦ୍ର ମହାନ୍ତି, ଯୁବନେତା ପୀତବାସ ବେହେରା ଓ ଗୋବିନ୍ଦ ତାଣ୍ଡି ପ୍ରମୁଖ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ।