ବନ୍ଦେ ମାତରଂ ରାଷ୍ଟ୍ରୀୟ ଗାନର ୧୫୦ତମ ବର୍ଷ ପାଳନ ଅବସରରେ ଥୁଆମୁଳ ରାମପୁର ବ୍ଳକ ପ୍ରଶାସନ ପକ୍ଷରୁ ଡାକକୋଟା ଏସ.ଏସ.ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାମୂହିକ ବନ୍ଦେମାତରଂ ଗାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବି.ଡି.ଓ ଧୃବ ଚରଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ୍ ଅପରାହ୍ନ ସାଢେ୨ ଟା ବେଳେ ବଳେ ସମ୍ପନ୍ନ ହେଇଥିଲା ।