ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅଵସ୍ଥାରେ ଚିକିତ୍ସାଧୀନ ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜନୈକ କଲେଜ ପଢ଼ୁଆ ଯୁବତୀ ବଡ଼ି ଭୋର ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ।ରାଉରକେଲା ସ୍ଥିତ ଆଇଜିଏଚରେ ଯୁବତୀଙ୍କ ଚିକିତ୍ସା ଚାଲିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।