ଲାଞ୍ଜିଗଡ: କର୍ଲାପଡା ରେ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଳ ଟୁର୍ଣ୍ଣାମେଣ୍ଟର ଉଦଯାପିତ,ବାଲିଗୁଡା ଚମ୍ପିୟାନ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ
ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କରଲାପଡା ମରୁଆ କୁମାର ଏବଂ ରଶ୍ମିତା ନାଏକ ମେମୋରିଆଲ ଫୁଟବଳ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ଓ ବାଲିଗୁଡା ମଧରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ବିଜୁ ଜନତା ଦଳ ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଓ ଉପ ବିଜେତା କୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ।