କଟକ ପୌରାଞ୍ଚଳ: କଟକର ଜଣେ ବ୍ୟକ୍ତିଙ୍କୁ କ୍ରିପ୍ଟୋକରେନ୍ସି ଆଳରେ ୧୪ ଲକ୍ଷ ଠକେଇ ମାମଲା, ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ
କଟକ ସହରର ଜଣେ ବ୍ୟକ୍ତିଙ୍କୁ ଅନଲାଇନରେ କ୍ରିପ୍ଟୋକରେନ୍ସି ନାଁରେ ପାଖାପାଖି ୧୪ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ୩ ଜଣଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ରାଉରକେଲା ବାସିନ୍ଦା ବୋଲି ସୂଚନା ମିଳିଛି। ସମସ୍ତଙ୍କୁ ସୋମବାର ଦିନ ୨ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ବିଭିନ୍ନ ପେମେଣ୍ଟ ବ୍ୟାଙ୍କର ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ପ୍ରି ଆକ୍ଟିଭେଟ ସିମ କାର୍ଡ ଜରିଆରେ କରୁଥିଲେ ଏହି ସାଇବର ଠକେଇ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ପ୍ରି ଆକ୍ଟିଭେଟ ସିମ, ବ୍ୟାଙ୍କ ପାସବୁକ୍, ମୋବାଇଲ ଫୋନ ଆଦି ଜବତ କରାଯାଇଛି।