କଣ୍ଟାମାଳ: ମନମୁଣ୍ଡା ସ୍ଥିତ ଲୋପାମୁଦ୍ରା କଲେଜରେ ଏନ ଏସ ଏସ ଶାଖା ଗଠିତ
ଲୋପାମୁଦ୍ରା କଲେଜରେ ଏନ ଏସ ଏସ ଶାଖା ଗଠିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ସ୍ଥିତ ଲୋପାମୁଦ୍ରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶାଖା ଗଠିତ ହୋଇ ଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ସମ୍ପଦ ଭୁକ୍ତା ସଭାପତିତ୍ୱ କରିଥିଲେ | ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ସଂଯୋଜକ ଡଃ ବିଶ୍ୱ ମୋହନ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶାଖା ଫଳକ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ସମାଜସେବା କରିବାକୁ ପ୍ରୋତ୍ସାହିତ କରିଥିଲେ | ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍