ସମ୍ବଲପୁର ଜିଲ୍ଲା କୁଚିଣ୍ଡା NAC ଅନ୍ତର୍ଗତ ସଇଡ଼ା ଗ୍ରାମର ଶ୍ରୀକର ମାଝୀ ଙ୍କ ପୁଅ ଚନ୍ଦନ ମାଝୀ ଗତ ରବିବାର ରାତି ରେ ଖିଆପିଆ ସାରି ନିଜ ମାଙ୍କ ସହ କୋଠରୀ ଚଟାଣରେ ସୋଇଥିଲେ। ହେଲେ ସୋମବାର ଭୋର ସମୟରେ ତାଙ୍କ କାନ ରେ ଏକ ବିଷାକ୍ତ ଚିତି ସାପ କାମୁଡ଼ି ଦେଇଥିଲା। କିଛି ସମୟ ପରେ ତାଙ୍କ ମୁହଁରୁ ଫେଣ ବାହାରୁଥିବା ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ନିଆଯାଇଥିବା ବେଳେସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।