ସମ୍ବଲପୁର ଲୋକ ମହୋତ୍ସବର ତୃତୀୟ ଦିବସ ଅବସରରେ ବୌଦ୍ଧିକ ତଥା ସାଂସ୍କୃତିକ ବାତାବରଣ ମଧ୍ୟରେ ପଶ୍ଚିମ ଓଡିଶାର ଲୋକକ୍ରୀଡ଼ା, ଲୋକ ଚିକିତ୍ସା ଓ ଲୋକ ଚିତ୍ରକଳା ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ଼ଃ ଶ୍ୟାମ ସୁନ୍ଦର ଧରଙ୍କ ସଭାପତିତ୍ୱ ଓ ଆବାହକ ପ୍ରତୀପ କୁମାର ପଣ୍ଡା ସଂଯୋଜନା କରିଥିଲେ । ଲୋକକଳା ଆମର ଘରେ ଘରେ ଅଛି। ଆଦିମ କାଳରୁ ମଣିଷ କୌଣସି ବସ୍ତୁରେ ଗାର ଟାଣିବା ଠାରୁ ଆରମ୍ଭ କରି ଶିଳାଚିତ୍ର ଜରିଆରେ ଭାବବ୍ୟକ୍ତ କରିବାର ପ୍ରୟାସରୁ ଏହି କଳା ବିକାଶ ଲାଭ କରିଛି। ପ୍ରାକ ଐତିହାସିକ ଯୁଗର ଶିଳାଚିତ୍ର ସହ ଆଦିବାସୀ ଚିତ୍ରକଳାର ମଧ୍ୟ କିଛି ସାମଞ୍ଜସ୍ୟ ପରିଲକ୍ଷି