ଓରିଏଣ୍ଟ: ଆମଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି
ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ବେଲପାହାଡ ରାସ୍ତା ଆମଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଏକ ଭାରୀଯାନ ଧକ୍କା ରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ବାଇକ ଆରୋହୀ ଜଣକ ଚାରଭାଟି ର ବେଦପତି ପଧାନ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟ କୁ ପଠାଯାଇଛି l ଦୁର୍ଘଟଣା ପରେ ଘଟଣାସ୍ଥଳ ରେ ଚାପା ଉତ୍ତେଜନା ଦେଖା ଦେଇଥିବାବେଳେ ସ୍ଥାନୀୟ ପୋଲିସ ପହଁଚି ସ୍ଥିତି ଆୟତ୍ତ କରିଥିବା ନେଇ ଆଜି ମଙ୍ଗଳବାର ରାତି ୯ ଟା ରେ ସୂଚନା ମିଳିଛି l