ବଡଚଣା: ପୁରୀ ସ୍ଥିତ ୧୬ମ ଜାତୀୟ ସ୍ତରୀୟ ଭଜନ ସମାରୋହ ଓ ରଥଯାତ୍ରା ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଯାଜପୁର ସାଂସଦ
ଗୁରୁବାର 9ଟା ସମୟରେ ପୁରୀ ଠାରେ 'ସ୍ମୃତିରେ ଓଡ଼ିଶା' ସଂଗଠନ ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସ୍ତରୀୟ ଭଜନ ସମାରୋହ ଓ ରଥଯାତ୍ରା ସମ୍ମାନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାମାନଙ୍କୁ ସମ୍ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗଣା ଯାଇଛି।